ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନ ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ । ନିର୍ବାଚନରେ ବାଜି ମାରିଛି କେର୍ ଷ୍ଟାର୍ମରଙ୍କ ଲେବର ପାର୍ଟି । ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର ୮୧ଆସନ ମିଳିଛି । ପରାଜୟ ସ୍ୱୀକାର କରିଛନ୍ତି ଋଷି ସୁନକ । ହାରିବା ପରେ କେର୍ ଷ୍ଟାର୍ମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଋଷି ସୁନକ । ସୂଚନା ଅନୁସାରେ ୧୪ ବର୍ଷ ପରେ ବ୍ରିଟେନରୁ କ୍ଷମତାଚୁତ୍ୟ ହୋଇଛି କଞ୍ଜରଭେଟିଭ ପାର୍ଟି ।






More Stories
ସୁନା କିଣନା,ବିଦେଶ ବୁଲି ଯାଅନା: ମୋଦୀ……
ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି…..
ପେଟ୍ରୋଲ୍ରେ ଇଥାନଲ ମାତ୍ରା ଦର୍ଶାଇବା ଆବେଦନ ଖାରଜ…..