Report Card Odisha

| Daily Odia News

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୁଇ ଦିନିଆ ଭାରତ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନ ଅଛନ୍ତି । ଆଜି ହେଉଛି ବୋରିସ୍‍ ଙ୍କର ଗସ୍ତର ଦ୍ୱିତୀୟ ଦିନ | ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ପାଛୋଟି ନେଇଥିଲେ। ଭବ୍ୟ ସମ୍ବର୍ଦ୍ଧନା ପରେ ବୋରିସ ଜନସନ କହିଛନ୍ତି , ଏହିପରି ଭବ୍ୟ ଓ ପରମ୍ପରାଗତ ସ୍ୱାଗତ ସେ ପୂର୍ବରୁ ଦେଖି ନାହାଁନ୍ତି। ଏହାପରେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଏହାସହ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ଶକ୍ତି, ସୁରକ୍ଷା ଏବଂ ପ୍ରତିରକ୍ଷା ପର୍ୟ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ଏବଂ ବ୍ରିଟେନର ସହଯୋଗ ଆବଶ୍ୟକତା ରହିଛି। ସୂଚନାନୁସାରେ, ଖୁବ୍ ଶୀଘ୍ର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡୁଛି |

 

Breaking News