Report Card Odisha

| Daily Odia News

ବଦଳିପାରେ ସ୍କୁଲ ଖରାଛୁଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢୁଛି | ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଖରାଛୁଟିରେ ପରିବର୍ତ୍ତନ ଆସିପାରେ | ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି। ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କରୋନା ପ୍ରଭାବ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି। ଏ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ପୁସ୍ତିକା । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ସେହିପରି ମେ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ଉଦେଶ୍ୟ ହେଲା ଦୁଇ ବର୍ଷର ପିଲାଙ୍କ ପାଠ ପଢା କ୍ଷତି ଭରଣା କରିବା । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସ ରେ କେବଳ ପଢ଼ାଯିବନି, ପୁରା ସେସନରେ ଏହି ପାଠ ପଢ଼ାଯିବ।

Breaking News