Report Card Odisha

| Daily Odia News

ମାଲକାନଗିରିରେ ରେଳ ଲାଇନ କାର୍ଯ୍ୟ ଆଗ୍ରଗତିର ସମିକ୍ଷା କଲେ ଅଶ୍ୱିନୀ ବୈଷ୍ଣବ…..

ରିପୋର୍ଟ କାର୍ଡ / ମାମଲାନଗିର

ଆଜି ମାଲକାନଗିରିରେ କେନ୍ଦ୍ର ସରକାରଙ୍କ ରେଳ,ଯୋଗାଯୋଗ, ଇଲକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଜିଲ୍ଲା ସଦର ମହକୁମା ଠାରେ ନୂତନ ମୁଖ୍ୟ ଡାକଘର କୁ ଭରଚୁଆଲ ଭାବେ ଉଦ୍ଘାଟନ କରିଛନ୍ତି । ପରେ ପରେ ମନ୍ତ୍ରୀ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଏହି ସମୟରେ ସେ ମାଲକାନଗିରି-ଭଦ୍ରାଚଳମ୍ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ଆଗ୍ରଗତିର ସମିକ୍ଷା କରିଥିଲେ । ୨୦୨୧ ମସିହାରେ ୧୭୩.୪୧୬ କିମି ଲାଇନ୍ କୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଯାହାର ଆନୁମାନିକ ମୁଲ୍ୟ ୨୮୦୦ କୋଟି । ଏହି ପ୍ରକଳ୍ପରେ ଓଡ଼ିଶାରେ ୬ଟି ଷ୍ଟେସନ୍ ନିର୍ମାଣ କରାଯିବ । ଏହି କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ସର୍ଭେକୁ ଜେର୍ଦାର କରାଯାଇଛି । ସର୍ଭେପାଇଁ ଆନୁମାନିକ ମୁଲ୍ୟ ୩୦୭.୬୪ କୋଟି ଟଙ୍କା ଗତ ଜାନୁଆରୀରେ ମଞ୍ଜୁର କରାଯାଇଥିଲା । ମନ୍ତ୍ରୀ କହିଛନ୍ତି ଯେ, ଯଦି ଜମି ଅଧିଗ୍ରହଣ ଖୁବ୍ ଶିଘ୍ର ଶେଷ ହୋଇଯାଏ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇଯିବ । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ସହ ରାଜ୍ୟ ଡାକ ବିଭାଗର ମୁଖ୍ୟ ଅଧିକାରୀ,ପୂର୍ବତନ ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ , ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି , ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ,ପିଡ଼ି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପ ଜିଲ୍ଲାପାଳ ଅଖୟ କୁମାର ଖେମୁଣ୍ଡୁ ମାଲକାନଗିରି ଙ୍କ ସହ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ସସ୍କୃତି ଭବନ ଠାରେ ମନ୍ତ୍ରୀ ଜିଲ୍ଲା ବିଜେପି କାର୍ୟ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ପରଖି ଥିଲେ ।

Breaking News