ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଲେକ୍ଟ୍ରିକ୍ ସ୍କୁଟର୍ ବ୍ୟାଟେରି ଫାଟି ଜଳେ ୮୦ ବର୍ଷୀୟ ବୃଦ୍ଧ ଙ୍କର ମୃତ ହୋଇଥିବା ବେଳେ ୩ଜଣ ସଦସ୍ୟ ଆହତ ହୋଇଛନ୍ତି | ଘରେ ଚାର୍ଜରେ ବସିଥିବା ବେଳେ ଇଲେକ୍ଟ୍ରିକ୍ ସ୍କୁଟର୍ର ବ୍ୟାଟେରି ଫାଟିଯାଇଥିଲା | ଏଭଳି ଅଘଟଣ ଘଟିଛି ନିଜାମାବାଦ ଜିଲ୍ଲାରେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ-ଘଟଣାଟି ବୁଧବାର ପାହାନ୍ତାରେ ଘଟିଛି। ଘରର ଗୋଟାଏ କୋଠରିରେ ସ୍କୁଟର୍ଟି ଚାର୍ଜ ବସିଥିବା ବେଳେ ବ୍ୟାଟେରି ଫାଟିଯାଇ ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ସେ କୋଠରିରେ ଶୋଇଥିବା ପରିବାର ୩ଜଣ ପୋଡ଼ିଯାଇ ଆହତ ହୋଇଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରି ପରିବାରର ଆଉ ଜଣେ ସଦସ୍ୟ ମଧ୍ୟ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ୮୦ ବର୍ଷିୟ ବ୍ୟକ୍ତିଙ୍କ ସମେତ ୪ଜଣଙ୍କୁ ନିଜାମାବାଦ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ବୟୋବୃଦ୍ଧ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଡାକ୍ତରଖାନାକୁ ରେଫର୍ କରାଯାଇଥିଲା। କିନ୍ତୁ, ସେଠାକୁ ନିଆଯିବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିବା କଥା ପୋଲିସ କହିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ରାମସ୍ବାମୀ। ରାମସ୍ବାମୀଙ୍କ ଜୀବନ ରକ୍ଷାକରିବାକୁ ଯାଇ ପୁଅ ପ୍ରକାଶ, ପତ୍ନୀ କମଳାମ୍ମା ଏବଂ ବୋହୂ କୃଷ୍ଣାବେଣୀ ଆହତ ହୋଇଛନ୍ତି ବୋଲି ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ପ୍ରାୟ ବର୍ଷେ ହେବ ପ୍ରକାଶ ଇଭି ସ୍କୁଟର୍ ଚଢୁଛନ୍ତି। ଅବହେଳା କାରଣରୁ ଜୀବନହାନୀ ଘଟିଲା ବୋଲି ଦର୍ଶାଇ ପୁଲିସ ଉକ୍ତ ସ୍କୁଟର୍ର ନିର୍ମାତା ‘ପିଓର୍ ଇଭି’ ନାଁରେ ମାମଲା ରୁଜୁ କରିଛି। କିନ୍ତୁ, ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ପିଓର୍ ଇଭି’ କହିଛି, ଘଟିଥିବା ଘଟଣା ପାଇଁ ଆମେ ଗଭୀର ମର୍ମାହତ ଓ ପୀଡ଼ିତଙ୍କ ପରିବାବର୍ଗଙ୍କୁ ସମବେଦନା ଜଣାଉଛୁ। ଡାଟାବେସ୍ ଯାଞ୍ଚ କରିବା ପରେ ‘ପିଓର୍ ଇଭି’ କହିଛନ୍ତି, ଉକ୍ତ ସ୍କୁଟର୍ଟି ତାଙ୍କ ପ୍ରତିଷ୍ଠାନରୁ ଖରିଦ କରାଯାଇ ନାହିଁ କି, ସର୍ଭିସ୍ ମଧ୍ୟ କରାଯାଇନାହିଁ। ଏହା ସେକେଣ୍ଡ୍ ହ୍ୟାଣ୍ଡ୍ ସେଲ୍ କି, ଅନ୍ୟ କିଛି ତାହା ଯାଞ୍ଚ କରାଯାଉଛି।
More Stories
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କୁମ୍ଭ ମେଳାର ଭକ୍ତ ଙ୍କୁ ନେଇ ରାଜନୀତି…..
ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଉପହାର….