ଜାତିସଂଘରେ ପୁଣି ନା କରିଛି ଭାରତ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘ ତରଫରୁ ମିଳୁଛି ପ୍ରଶଂସା । ଭାରତ ଜାତିସଂଘର ଶାନ୍ତିଦୂତଙ୍କ ପାଇଁ ୨ ଲକ୍ଷ ୨୯ ହଜାରରୁ ଅଧିକ କରେନା ପ୍ରତିଷେଧକ ଟିକା ଯୋଗାଇ ଦେଇଛି । କରୋନା ମୁକାବିଲା ପାଇଁ ଜାତିସଂଘ ଭାରତକୁ ପ୍ରଶଂସା କରିଛି । ଏଥିପାଇଁ ଭାରତ ବିଶ୍ୱନେତା ଭାବେ ଉଭାହୋଇଛି । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଂକରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଜାତିସଂଘର ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ୧୦ ଲକ୍ଷ ଟିକା ପଠାଯିବା ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି । ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ସରକାର ଯେଭଳି ଭାବେ କରୋନା ଭଳି ମହାମାରୀର ମୁକାବିଲା କରିଛନ୍ତି ତାହାକୁ ନେଇ ସାରା ବିଶ୍ୱ ଭାରତକୁ ପ୍ରଶଂସା କରିବାରେ ଲାଗିଛି । ଏହା ସହ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ଆଗୁଆ ରହିଛି । ବିଭିନ୍ନ ରାଷ୍ଟ୍ରମାନଙ୍କୁ ନିଜର ଟିକା ଯୋଗାଇ ଦେବାକୁ ଭାରତ ପ୍ରତିଶୃତି ଦେଇଛି ।





More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..