Report Card Odisha

| Daily Odia News

ପୁଣି ମା ହେଲେ ବଲିଉଡ ବେବୋ

ମୁମ୍ବାଇ : ପୁଣି ମା ହେଲେ ବଲିଉଡ ବେବୋ । କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି । ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡ ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ ଖୁସି ହେବା ସହ ଶୁଭେଚ୍ଛା ପଠାଇଛନ୍ତି । ସେପଟେ ନିଜ ସାନ ଭାଇକୁ ସ୍ୱାଗତ କରିବା ପାଇଁ କରୀନାଙ୍କ ବଡ ପୁଅ ତୈମୁର ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି । ତେବେ ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ଫ୍ୟାନ୍ସମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କରିନା କାମ କରିବା ଜାରି ରଖିଥିଲେ । ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏପରିକି କାମ କରିବା ଦ୍ୱାରା ପେଟରେ ବଡୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି କହିଥିଲେ କରିନା କପୁର । ଏବେ ସେ ପୁଣି ଥରେ ମାତୃତ୍ୱ ଲାଭ କରିଛନ୍ତି । ଏହାସହ ତାଙ୍କର ବଡ ପୁଅ ତୈମୁରଙ୍କୁ ଏକ ଭାଇ ମିଳି ଯାଇଛି । କେବଳ ଫ୍ୟାନ୍ସ ନୁହେଁ ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଚ୍ଚାଇଛନ୍ତି । କରିନା ଓ ସୈଫ ଉଭୟ ଗତ ବର୍ଷ ଅଗ୍ମୃରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲିୂ କହିଥିଲେ କରିନା ।

Breaking News