ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପଞ୍ଜାବ ଓ ଉତ୍ତରପ୍ରଦେଶରେ ଭୋଟ ଗ୍ରହଣ ହେଉଛି। ପଞ୍ଜାବରେ ଆଜି ୧୧୭ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ଭୋଟ୍ ଦେଉଛନ୍ତି ଭୋଟର । ଇଭିଏମ ଜରିଆରେ ଅଧିକ ମତଦାତା ଭୋଟ ଦେଉଛନ୍ତି । ମତଦାନ ପାଇଁ ପଞ୍ଜାବରେ ୨୪ ହଜାର ୭୪୦ ମତଦାନ କେନ୍ଦ୍ର କରାଯାଇଛି । ପଞ୍ଜାବର ନିର୍ବାଚନ ମୈଦାନରେ ୧୩୦୪ ଜଣ ନେତା ରହିଛନ୍ତି । ସେଥିମଧ୍ୟରୁ ମହିଳା ପ୍ରାର୍ଥୀ ରହିଛନ୍ତି ୯୩ ଜଣ । ଆଜି ସକାଳୁ ନିଜର ପସନ୍ଦର ନେତା ବାଛୁଛନ୍ତି ୨.୧୪ କୋଟି ପଞ୍ଜାବବାସୀ । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଭୋଟ୍ ଦେଉଛନ୍ତି ଭୋଟର । ୩ୟ ପର୍ଯ୍ୟାୟ ମତଦାନ ପାଇଁ ସକାଳ ୭ଟାରୁ ଭୋଟ୍ ପଡ଼ୁଛି । ଉତ୍ତରପ୍ରଦେଶର ୧୬ଟି ଜିଲ୍ଲାର ୫୯ଟି ବିଧାନସଭା ଆସନ ପାଇଁ ନିଜର ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଆଜି ଝାନସୀ, ଫିରୋଜାବାଦ, କାସଗଂଜ, ହାଥରସ, ମେନପୁରୀ, ଏଟା, ଫରୁଖାବାଦ, ଇଟାୱା, ଔରିୟା, କାନପୁର (ଗାମିଣ), କନୌଜ, କାନପୁର (ନଗର), ଜାଲୌନ, ଲଲିତପୁର-ହମୀରପୁର ଓ ମହୋବା ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଉତ୍ତରପ୍ରଦେଶର ନିର୍ବାଚନ ମୈଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ୨.୧୫ କୋଟି ମତଦାତା ନିଜର ପ୍ରିୟ ନେତାଙ୍କୁ ବାଛୁଛନ୍ତି ।
More Stories
ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ….
ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର…..
ଇରାନ-ଇସ୍ରାଏଲ ଉତ୍ତେଜନା ଚରମରେ,୮୦ ମୃତ…..