Report Card Odisha

| Daily Odia News

କଠୋର ହେଲେ ଉତ୍ତରପ୍ରଦେଶ ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣକୁ ନଜରରେ ରଖି କଠୋର ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ନେଇଛନ୍ତି କଡା ନିଷ୍ପତି ନେଇ ପୂରା ରାଜ୍ୟକୁ ରବିବାର ଦିନ ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଏହିଦିନ ବ୍ୟାପକ ଭାବେ ସାନିଟାଇଜେସନ୍ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ମାସ୍କ ନ ପିନ୍ଧି ଧରାପଡିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ଘୋଷଣା ପୂର୍ବରୁ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ସେ ସୂଚିତ କରିଛନ୍ତି । ସେହିଭଳି ବାରଣାସୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାରକୁ ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁଇଦିନ ପୂରା ବାରଣାସୀ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ପାଇପାରିବେ । ସରକାରଙ୍କ ନିଷ୍ପତ୍ତି ମୁତାବକ ବିନା ମାସ୍କରେ ପ୍ରଥମ ଥର ଧରାପଡିଲେ ୧ ହଜାର ଓ ଦ୍ୱିତୀୟ ଥର ଧରାପଡିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଅନ୍ୟପଟେ ରାଜ୍ୟରେ ଯେଉଁ ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି ସେହି ଅଞ୍ଚଳରେ ଅଧିକ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

Breaking News