ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଜାରିରହିଛି । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଭୋଟିଂ ୪ଟା ଯାଏ ଚାଲିବ । ପଞ୍ଚମ ପର୍ଯ୍ୟାୟରେ ୧୨ ଜିଲ୍ଲାର ୬୧ ଆସନ ପାଇଁ ୬୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୨.୨୫ କୋଟି ଭୋଟର ଏହି ପର୍ଯ୍ୟାୟରେ ନିଜର ମତ ସାବ୍ୟସ୍ତ କରିବେ । ପଞ୍ଚମ ପର୍ଯ୍ୟାୟରେ ଅନେକ ହେଭିୱେଟ୍ ନେତା ସାମିଲ ଅଛନ୍ତି । ଅନ୍ୟପଟେ ଭୋଟ୍ ଦେବାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ବହୁ ସଂଖ୍ୟାର ଭୋଟର ନିଜର ମତ ସାବ୍ୟସ୍ତ କରିବାକୁ ମତଦାନ କେନ୍ଦ୍ର ଆଗରେ ଲାଇନ୍ ଲଗାଇଛନ୍ତି । ମତଦାନକୁ ସରୁକ୍ଷିତ ଭାବେ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତିଟି ବୁଥରେ ପୁଲିସ ମୁତୟନ ହେବା ସହ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ନଜର ରଖାଯାଇଛି । କରୋନା କଟକଣା ଅନୁଯାୟୀ ବୁଥ୍ ଗୁଡ଼ିକରେ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । ମାସ୍କ ଓ ସାନିଟାଇଜ୍କୁ ଗୁରୁତ୍ୱ ଦିଆଯାଇଛି ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..