ରିପୋର୍ଟ କାର୍ଡ / ଭୁବନେଶ୍ବର
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଏଯାଏ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ କହିଛନ୍ତି, ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ଟି ମୃତ ଶରୀରର ପରିଚୟ ମିଳି ସାରିଛି । ମୃତ ଶରୀର ନେବାକୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀରର ପଠା ଯାଉଛି । ୧୯୯୯ ମସିହାରେ ପରେ ଆମେ ଏତେ ବଡ଼ ବିପତ୍ତିକୁ ସାମ୍ନା କଲୁ । ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନକୁ ରକ୍ଷା କରାଯାଇ ପାରିଲା । ଦୁର୍ଘଟଣା ସ୍ଥଳକୁ ଆମେ ପୁଣି ଥରେ ତନ୍ନ ତନ୍ନ କରି ଯାଞ୍ଚ କରୁଛୁ । ଯଦି କିଛି କେଉଁଠି କିଛି ଅସୁବିଧା ଥିବ ତାକୁ ଦେଖା ଯାଉଛି । ମୃତ ଶରୀର ଗୁଡିକୁ କିଛି ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଆମେ ବ୍ୟବସ୍ଥା କରାଯାଇଛି । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀରକୁ ଚିହ୍ନିବା କଷ୍ଟସାଧ୍ୟ ହେଉଛି। ମୃତଦେହ ଚିହ୍ନଟ ହେବା ପରେ ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ଘରେ ମୃତଦେହକୁ ପହଞ୍ଚାଇବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି। ସେ ଆହୁରି କହିଛନ୍ତି ଯେ, ଆହତମାନଙ୍କ ଚିକିତ୍ସା ଠିକ୍ ଭାବେ ଚାଲିଛି। ସେମାନଙ୍କ ପାଇଁ ରକ୍ତର ଅଭାବ ନାହିଁ, ସାରା ଓଡ଼ିଶାର ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରକ୍ତ ଦେଇ ଚାଲିଛନ୍ତି, ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶାରେ ରକ୍ତର ଅଭାବ ନାହିଁ।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..