ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାଲଲାରେ ଆଜି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ। ଜୁନ୍ ୩ ତାରିଖରେ କୋର୍ଟରେ ହୋଇଥିବା ଶୁଶାଣିରେ ବିଚାରପତି ଦୀନେଶ କୁମାର ଶର୍ମା ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହା ଉପରେ ରାୟ ଶୁଣାଇ ସିସୋଦିଆଙ୍କୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ।ଅପରପକ୍ଷେ, ସିସୋଦିଆକୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରି କୋର୍ଟ ତାଙ୍କୁ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କୁ ଉଭୟ ଡାକ୍ତରଖାନା କିମ୍ବା ଘରକୁ ଯିବାକୁ ଅନୁମତି ଦିଆଯାଇଛି। ସେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘର କିମ୍ବା ଡାକ୍ତରଖାନାକୁ ଯାଇପାରିବେ। କୋର୍ଟ କହିଛନ୍ତି, ଏହି ସମୟ ମଧ୍ୟରେ ଆବେଦନକାରୀ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହା ସହ ଯୋଗାଯୋଗ କରିବେ ନାହିଁ। ଏହା ବ୍ୟତୀତ ମୋବାଇଲ୍ ମଧ୍ୟ ଦିଆଯିବନାହିଁ। ଗଣମାଧ୍ୟମରୁ ଦୂରେଇ ରହିବେ। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ସିସୋଦିଆ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ସେଠାରେ ଯେପରି ମିଡିଆ ପ୍ରତିନିଧିଙ୍କ ଭିଡ଼ ନହୁଏ, ସେଥିପ୍ରତି ପ୍ରତି ଦିଲ୍ଲୀ ପୋଲିସ ଯତ୍ନବାନ୍ ହେବେ। ସିସୋଦିଆ ମୋବାଇଲ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରିବେ ନାହିଁ।
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ: ରବର୍ଟ ଭାଡ୍ରାଙ୍କ ବିବାଦୀୟ ବୟାନ……
୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ିଲେଣି ୩ ହଜାରରୁ ଉର୍ଧ୍ବ ଲୋକ…..