Report Card Odisha

| Daily Odia News

‘ଭାରତ ଯୋଡ଼’ ଯାତ୍ରାରେ ସାମିଲ୍‌ ହେଲେ ଉର୍ମିଲା ମାତୋଣ୍ଡକର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ୋ ସାମିଲ ହୋଇଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର |ଆଜି ଜମ୍ମୁ-କଶ୍ମୀର ଆର୍ମି ଗାରିସନ ପଡ଼ିଆ ନିକଟରୁ ଯାତ୍ରା ଆରମ୍ଭ ସମୟ ମଧ୍ୟରେ ଅଭିନେତ୍ରୀ ଉର୍ମିଲା ସାମିଲ୍‌ ହୋଇଥିଲେ।ଉଲ୍ଲେଖ ଯୋଗ୍ୟ-  ଅଭିନେତ୍ରୀ ଉର୍ମିଳା ୨୦୧୯ ସେପ୍ଟେମ୍ବର ମାସରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଅଳ୍ପ କିଛି ମାସ ବ୍ୟବଧାନରେ ୨୦୨୦ ମସିହାରେ ଶିବସେନା‌ରେ ଯୋଗ ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଗତ ଗୁରୁବାର ଏହା ପଞ୍ଜାବ ଅତିକ୍ରମ କରି ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି। ଆସନ୍ତା ୩୦ ତାରିଖରେ ଏହା ଶ୍ରୀନଗରରେ ପହଞ୍ଚିବା ଆଶା କରାଯାଉଛି। ସେଠାରେ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଜାତୀୟ ପତାକା ଉତ୍ତୋଳନ କରିବେ।

Breaking News