Report Card Odisha

| Daily Odia News

ଭର୍ଚ୍ୟୁଆଲ୍‌ ଜଳବାୟୁ ଶିଖର ସମ୍ମଳନୀକୁ ମୋଦୀଙ୍କ ସମେତ ବିଶ୍ୱର ୪୦ନେତାଙ୍କୁ ଆମନ୍ତ୍ରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚ୍ୟୁଆଲ୍‌ ଶିଖର ସମ୍ମଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ୪୦ଜଣ ନେତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆମନ୍ତ୍ରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ହ୍ଵାଇଟ୍‌ ହାଉସ୍‌ ସୂଚନା ଦେଇଛି। ଏପ୍ରିଲ୍‌ ୨୨ ଓ ୨୩ରେ ହେବାକୁ ଥିବା ଜଳବାୟୁ ସଂକ୍ରାନ୍ତ ନେତାମାନଙ୍କର ଏହି ଶିଖର ସମ୍ମଳନୀର ପ୍ରାୟୋଜକ ହେଉଛନ୍ତି ଜୋ ବାଇଡେନ୍‌। ଏକ ବିଜ୍ଞପ୍ତିରେ ହ୍ଵାଇଟ୍‌ ହାଉସ୍‌ କହିଛି, ଏପ୍ରିଲ୍‌ ୨୨ ଓ ୨୩ରେ ହେବାକୁ ଥିବା ‘ଜଳବାୟୁ ସଂକ୍ରାନ୍ତ ନେତାଙ୍କ ଶିଖର ସମ୍ମିଳନୀ’କୁ ଆଜି ରାଷ୍ଟ୍ରପତି ବାଇଡେନ୍‌ ବିଶ୍ୱର ୪୦ଜଣ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ସର୍ବସାଧାରଣଙ୍କ ଦର୍ଶନାର୍ଥେ ଏହି ‘ଭର୍ଚ୍ୟୁଆଲ୍‌ ନେତାଙ୍କ ଶିଖର ସମ୍ମିଳନୀ’ର ‘ଲାଇଭ୍‌-ଷ୍ଟ୍ରିମ୍‌’ କରାଯିବ। ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ୟାରିସ୍‌ ରାଜିନାମାକୁ ଫେରାଇ ନେବା ନିମନ୍ତେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନ ହିଁ ରାଷ୍ଟ୍ରପତି ବାଇଡେନ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହା ପରେ ଜାନୁଆରି ୨୭ ତାରିଖ ଦିନ ସେ ଘୋଷଣା କରିଥିଲେ ଯେ, ଜଳବାୟୁ ସଙ୍କଟ ମୁକାବିଲା ନିମନ୍ତେ ପ୍ରମୁଖ ଅର୍ଥନୀତିମାନେ ଚଳାଇଥିବା ଉଦ୍ୟମକୁ ଏକତ୍ର କରିବା ନିମନ୍ତେ ସେ ଖୁବ୍‌ ଶୀଘ୍ର ଏକ ସମ୍ମିଳନୀ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିରେକେ, ଜୋ ବାଇଡେନ୍‌ ‘କ୍ୱାଡ୍‌’ ନେତା ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଚୀନା ରାଷ୍ଟ୍ରପତି ଚି ଜିନ୍‌ପିଙ୍ଗ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

Breaking News