ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ଏହା ଦୃଷ୍ଟିରେ ରଖି ଆଜିଠାରୁ ବାଣୀବିହାରରେ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି। ଉତ୍ସବରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଯେଉଁମାନେ ଉତ୍ସବରେ ଯୋଗଦେବେ, ତାହା ପୂର୍ବରୁ ସେମାନଙ୍କର କୋଭିଡ ପରୀକ୍ଷା କରାଯାଉଛି। କେବଳ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସବରେ ସାମିଲ ହେବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ଏହା ସହିତ ମଞ୍ଚରେ ବସିବାକୁ ଥିବା ବ୍ୟକ୍ତିବିଶେଷଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ଉତ୍ସବର ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତା ୨ ତାରିଖରେ ଏହି ଆରଟିପିସିଆର ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……