Report Card Odisha

| Daily Odia News

ବିସ୍ଫୋରଣରେ ୪ ମୃତ,ଏକାଧିକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମେରଠର ଲୋହିଆ ନଗରରେ ସ୍ଥିତ ଏକ ଘରେ ବିସ୍ଫୋରଣ ଘଟିଛି। ଏଠାରେ ଥିବା ଏକ ଘରେ କାରଖାନା କାର୍ଯ୍ୟ କରୁଥିବା ବେଳେ ଏକ ବଡ଼ ଧରଣର ବିସ୍ଫୋରଣରେ ସମଗ୍ର ଅଞ୍ଚଳ କମ୍ପିତ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନା ଚାଲୁଥିବା ଘର ସହିତ ନିକଟସ୍ଥ ଦୁଇ ତିନିଟି ଘର ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦଶରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଡିଏମ ଏବଂ ମାଜିଷ୍ଟ୍ରେଟଙ୍କ ସମେତ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନା ଯୋଗ୍ୟ, ଭୁଶୁଡି ଥିବା ଏହି ଘରେ ଅନେକ ଲୋକେ ଦବି ହୋଇ ରହିଥିବା ନେଇ ଅନୁମାନ କରାଯାଉଛି। ବିସ୍ଫୋରଣ ଖୁବ ଜୋର୍‌‌ରେ ଥିବା ସହ ୩୩ କେଭି ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଜଣାପଡିଛି। ରାସ୍ତାରେ ଯାଉଥିବା କିଛି ଲୋକେ ମଧ୍ୟ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହାସହ ୩ ରୁ ୪ କିମି ପର୍ଯ୍ୟନ୍ତ ଥିବା ଘର ମାନଙ୍କରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସଓ ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

Breaking News