Report Card Odisha

| Daily Odia News

ସିଲିଣ୍ଡର ବିସ୍ଫୋରରେ ଭୁଶୁଡ଼ିଲା ଛାତ,୮ ମୃତ,୭ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିଲିଣ୍ଡର ବିସ୍ଫୋରରେ ଛାତ ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଗୋଣ୍ଡାରେ | ଏହି ବିସ୍ଫୋରଣରେ ୧୫ ଜଣରୁ ଅଧିକ ଲୋକ ଫସି ଯାଇଥିବା ସୂଚନା ମିଳିଥିଲା । ଗାଁ ଲୋକେ ବହୁ କଷ୍ଟରେ ସେମାନଙ୍କୁ ବାହାର କରିଛନ୍ତି । ଗାଁ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଥିବା ଲୋକଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ହେଲେ ସେଥିମଧ୍ୟରୁ ୮ ଜଣ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ଅଛନ୍ତି । ବଜିରଗଞ୍ଜ ଥାନା ଅଞ୍ଚଳର ଠଠେର ପୁରୱା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦେଖଦେଖୁ ଅଚାନକ୍ ଏକ କୋଠାରେ ବିସ୍ଫୋରଣ ଘଟିଥିଲା । ଫଳରେ ଦୁଇ ମହଲା କୋଠା ଭୁଠୁଡ଼ି ପଡ଼ିଲା । ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ପାଇଁ ଏହି ଅଘଟଣ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ପୁରଷ, ଦୁଇ ଜଣ ମହିଳା ଓ ୪ ଜଣ ଶିଶୁ ମଙ୍କର ମୃତ୍ୟୁ ହୋଇଛି । ଏବେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୋଠା ତଳେ ଆଉ ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣ ହୋଇଥିବା କୋଠା ମାଲିକ ପାଖରେ ବାଣ ତିଆରି ଲାଇସେନ୍ସ ଥିବା କୁହାଯାଉଛି । ଏପରିସ୍ଥଳେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି ଏବଂ ବିସ୍ଫୋରଣର କାରଣ ଖୋଜୁଛି । ତେବେ ବର୍ତ୍ତମାନ ଅଘଟଣର କାରଣ ସିଲିଣ୍ଡର ବିସ୍ଫୋରଣ ବୋଲି କୁହାଯାଉଛି ।

Breaking News