ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଗତକାଲି ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ବି ସର୍ବାଧିକ ମୃତ୍ୟୁ ଖବର ଆସିଛି ଅନୁଗୁଳ ଜିଲ୍ଲାରୁ। ଅନୁଗୁଳ ସମେତ କଟକ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଆଜି ୫ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେବଗଡ଼, ସମ୍ବଲପୁର, ନବରଙ୍ଗପୁରରୁ ୨ ଲେଖାଏଁ ଓ ବାଲେଶ୍ୱର, ଢ଼େଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ଲେଖାଏଁ ରୋଗୀ ୨୪ ଘଣ୍ଟା ମଧ୍ୟରେ ଆଖି ବୁଜିଛନ୍ତି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..