Report Card Odisha

| Daily Odia News

କୁମ୍ଭମେଳା ମାମଲା:ନକଲି କରୋନା ଟେଷ୍ଟିଂ ଲାବ୍ରୋଟୋରୀ ବିରୋଧରେ ମାମଲା ରୁଜୁ ନିର୍ଦ୍ଦେଶ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁମ୍ଭମେଳାରେ କରୋନା ଟେଷ୍ଟକୁ ନେଇ ବଢୁଛି ବିବାଦ | ନକଲି କରୋନା ଟେଷ୍ଟିଂ କରାଇଥିବା ଅଭିଯୋଗରେ ପ୍ରାଇଭେଟ୍‌ ଲାବ୍ରୋଟୋରୀ ଗୁଡ଼ିକ ବିରୋଧରେ ମାମଲା ରୁଜୁ ହେବ। ଏନେଇ ଉତ୍ତରାଖଣ୍ଡ ସରକାର ହରିଦ୍ୱାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିୟୋଜିତ ପ୍ରାଇଭେଟ୍‌ ଲାବ୍ରୋଟୋରୀ ବିଶେଷ କରି ଦିଲ୍ଲୀ ଓ ହରିୟାଣାର ଲାବ୍ରୋଟୋରୀ ଗୁଡ଼ିକ ଏହି କରୋନା ଟେଷ୍ଟ କରାଇଥିଲେ। ଏପ୍ରିଲ ୧ରୁ ୩୦ ତାରିଖରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ପ୍ରବକ୍ତା ସୁବୋଧ ଉନିୟାଲ୍‌ କହିଛନ୍ତି, କୁମ୍ଭମେଳା ବେଳେ କରୋନା ଟେଷ୍ଟିଂରେ ହୋଇଥିବା ଦୁର୍ନୀତିକୁ ନେଇ FIR ରୁଜୁ କରିବା ପାଇଁ ଉତ୍ତରାଖଣ୍ଡ ସରକାର ହରିଦ୍ୱାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଟେଷ୍ଟିଂ କରାଇଥିବା ଦିଲ୍ଲୀ ଓ ହରିୟାଣାର ଲ୍ୟାବ୍‌ ଗୁଡ଼ିକ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭମେଳା ସମୟରେ ହରିଦ୍ୱାରର ୫ଟି ସ୍ଥାନରେ କରୋନା ଟେଷ୍ଟିଂ କରାଯାଇଥିଲା। ଏଥିପାଇଁ ୨୨ଟି ପ୍ରାଇଭେଟ୍‌ ଲ୍ୟାବ୍‌କୁ ନିୟୋଜିତ କରାଯାଇଥିଲା।

 

Breaking News