ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଆପ୍ ମାଧ୍ୟମରେ ବିଦ୍ୟୁତ ମିଟର ରିଡିଂ କିବା ସହିତ ବିଲ ଦେଇପାରିବେ | ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସେଲ୍ଫ-ମିଟର ରିଡିଂ ଆପ୍-ଟିପିସିଓଡିଏଲ୍ ମିତ୍ରକୁ ଉନ୍ମୋଚନ କରାଯାଇଛି । ଏହା ଦ୍ୱାରା ଗ୍ରହକମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ପେମେଣ୍ଟ କରିପାରିବେ । ଏହି ସେବା ପାଇଁ ଗ୍ରାହକମାନଙ୍କୁ ପ୍ରଥମେ ସେଲ୍ଫ ମିଟର ରିଡିଂ ସେବା ପାଇଁ ପଂଜୀକରଣ କରିବାକୁ ପଡ଼ିବ । ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ ଓ ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ । ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନେର ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ଅବଗତ କରିପାରିବେ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ଜରିଆରେ ବିଦ୍ୟୁତ କାଟ ସୂଚନା ପାଇପାରିବେ । ଏହାର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’’
More Stories
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..
ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି:ମୁଖ୍ୟମନ୍ତ୍ରୀ……