ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୮ରୁ ୪୪ ବର୍ଷ ଭିତରେ ୨ କୋଟି ନାଗରିକଙ୍କୁ ରାଜ୍ୟରେ ମାଗଣା ଟିକାକରଣରେ ହୋଇପାରେ ବିଳମ୍ବ । ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇଲେନି କୌଣସିବି ଟିକା କମ୍ପାନୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଥିବା ଚିଠିରୁ ଜଣା ପଡିଛି । ଚିଠିରେ ଉଲ୍ଲେଖ ଅଛି, ଟିକା କମ୍ପାନୀମାନେ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି । ଏପରିକି ପ୍ରି-ବିଡ଼ିଂ ମିଟିଂକୁ ବି ଆସି ନାହାନ୍ତି ସେରମ୍ ଓ ଭାରତ ବାୟୋଟେକ୍। ତେବେ କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି । ପବବର୍ତ୍ତୀ ସମୟରେ ଟିକା ଆଣିବାକୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଥିଲେ ରାଜ୍ୟ ସରକାର । ହେଲେ କମ୍ପାନୀମାନଙ୍କଠୁ ମତାମତ ନେବା ପରେ ଟେଣ୍ଡର ନିୟମରେ କୋହଳ କରିଥିଲେ ଏବଂ ସର୍ତ୍ତରେ ପରିବର୍ତ୍ତନ କରିଥିଲେ । ଏହାସତ୍ତ୍ୱେ ବି କମ୍ପାନିଙ୍କ ଅନାଗ୍ରହ ଦେଖି ଟେଣ୍ଡରକୁ ଆହୁରି ସପ୍ତାହେ ଅର୍ଥାତ୍ ଜୁନ୍ ୪ ତାରିଖ ଯାଏଁ ବଢ଼ାଯାଇଛି । ଏବେ ଗ୍ଲୋବାଲ୍ ଟେଣ୍ଡର ଫେଲ୍ ମାରିଥିବା ସ୍ପଷ୍ଟ ହେବା ପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..