ରିପୋର୍ଟ କାର୍ଡ / କୋଲକାତା
ପୂର୍ଣ୍ଣ ଛେଦ ପଡୁନି କେନ୍ଦ୍ର -ବଙ୍ଗ ବିବାଦ | ପଶ୍ଚିମବଙ୍ଗ ନିର୍ବାଚନକୁ ସାରିବାକୁ ଏକମାସ ବିତିଥିଲେ ମଧ୍ୟ ଥମିବାରେ ନାଁ ନେଉନି ରାଜନୈତିକ କଳି | ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ ସମ୍ପର୍କିତ ସମୀକ୍ଷା ବୈଠକ ଅଧାରୁ ଯିବା ପୂର୍ବରୁ ୩ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମତି ନେଇଥିଲି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଆଜି ଦିଦିଙ୍କ ଦାବିକୁ ମିଛ ବୋଲି କହି ସେଦିନର ପୁରା ଘଟଣା ବିଷୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି | ବୈଠକ ଅଧାରୁ ଯିବା ପାଇଁ ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଅନୁମତି ଦେଇନଥିବା କହିଛି କେନ୍ଦ୍ର | ଦିଦି କହିଥିଲେ ଯେ, “ବାତ୍ୟା ପରେ ମୁଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯୋଜନା କରିଥିଲି। ବାତ୍ୟା ୟାସ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଦେଖିବା ପାଇଁ ମୋତେ ସାଗର ଏବଂ ଦିଘା ଯିବାର ଥିଲା । ମୋର ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାକୁ ଆସୁଥିବା ନେଇ ଫୋନ ଆସିଥିଲା | ସାଗର ଓ ଦିଘା ଯିବା ପାଇଁ ଯୋଜନା ଥିବାରୁ ତାଙ୍କୁ ବୈଠକ ଅଧାରୁ ଯିବାକୁ ପଡିଲା ବୋଲି କହିଥିଲେ | ଏହାର ଉତ୍ତରରେ କେନ୍ଦ୍ର କହିଛି, ବାତ୍ୟା ଆସିବା ପୂର୍ବରୁ କେବେ ହେଲେ ବି ତାହାର କ୍ଷୟକ୍ଷତିର ଆକଳନ ହୋଇପାରିବ ନାହିଁ | ତେଣୁ ବାତ୍ୟା ପରେ ହିଁ ତୁରନ୍ତ ବୈଠକ ହେବା ନେଇ ପରଦିନ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯାଇଥିଲା | ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିବା ନେଇ ଦିଦି କରିଥିବା ଦାବି ଉପରେ କେନ୍ଦ୍ର କହିଛି ଯେ, ପ୍ରଧାନମନ୍ତ୍ରୀ ଅପରାହ୍ନ ୧.୫୯ ରେ କାଲାଇକୁଣ୍ଡାରେ ଅବତରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପରେ ଅପରାହ୍ନ ୨.୧୦ ରେ ମମତା ବାନାର୍ଜୀ କାଲାଇକୁଣ୍ଡାରେ ଅବତରଣ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଗରୁ ଅବତରଣ କରି ତାଙ୍କୁ ଅପେକ୍ଷା କରିଥିଲେ | ମମତା ବାନାର୍ଜୀ ଅବତରଣ କରିବା ପରେ ବୈଠକ ହେଉଥିବା କୋଠାରେ ପହଞ୍ଚିଥିଲେ, ଯାହା ମାତ୍ର ୫୦୦ମିଟର ଦୂରରେ ଥିଲା | ତୁରନ୍ତ ଆସି ୨୫ମିନିଟ ରହିବା ସହ ସେ ସେଠାରୁ ଚାଲିଯାଇଥିଲେ | ଏଥିରୁ ସ୍ପଷ୍ଟ ଯେ ଦିଦି କହିଥିବା ସମସ୍ତ କଥା ମିଛ | ସେ ଅପେକ୍ଷା କରିନଥିଲେ ବରଂ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପାଇଁ ଅପେକ୍ଷା କରିବାକୁ ପଡିଥିଲା |
More Stories
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାବିସ…..
ମହାରାଷ୍ଟ୍ରର ନୂତନ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ….
ଅନାସ୍ଥା ଭୋଟ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ…..