ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡିଶାକୁ ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା । ଏହି ଟିକାକୁ ଗତକାଲି ୭୬୯ଟି କେନ୍ଦ୍ରକୁ ପଠାଯିବ | ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଟିକାକରଣ ହେଲାଣି । ସଟଡାଉନ ଯୋଗୁଁ ଆଜି ଓ ଆସନ୍ତାକାଲି ଟିକାକରଣ ବନ୍ଦ ରହିଛି । ଅନ୍ୟ ପାଞ୍ଚ ଦିନ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ରାଜ୍ୟରେ ୩ଲକ୍ଷ ୭ହଜାର ଡୋଜ୍ କୋଭକ୍ସିନ ଟିକା ଅଛି । ଟିକା ଅଭାବରୁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡିଶାକୁ ଟିକା ଦିଆଯାଉଛି । ଆସନ୍ତା ୧ ତାରିଖରୁ ସମସ୍ତ ୧୮ ବର୍ଷର ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବ ।






More Stories
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖ……
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……
ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’!…..