Report Card Odisha

| Daily Odia News

ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟ ପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍‌ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। କାହାରି କିଛି ହୋଇନାହିଁ। ଟ୍ରେନ୍‌ଟି ରାଣୀ କମଳାପତି ଷ୍ଟେସନ (ପୂର୍ବରୁ ଏହାର ନାଁ ହବିବଗଞ୍ଜ ଷ୍ଟେସନ ଥିଲା) ଛାଡ଼ିବା ପରେ ସକାଳ ପ୍ରାୟ ୬ଟା ୪୫ ବେଳେ ସି-୧୨ ବଗିର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ କର୍ମଚାରୀ ଦେଖିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ଟ୍ରେନ୍‌ଟି ଅଟକ ରହିଥିଲା। ବିଦିଶା ଜିଲ୍ଲାର କୁରୱାଇ-କୈଥୋରା ଷ୍ଟେସନ ନିକଟରେ ଟ୍ରେନ୍‌ଟି ଅଟକି ଥିଲା। ସି-୧୨ ବଗିରୁ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଅନ୍ୟ କୋଚଗୁଡ଼ିକରେ ବସିଥିବା ଯାତ୍ରୀମାନେ ମଧ୍ୟ ଓହ୍ଲାଇ ଆସିଥିଲେ। ଦମକଳ ବାହିନୀ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତା’ପରେ ରେଳ କର୍ମଚାରୀମାନେ ସେଥିରେ ଆକଶ୍ୟକ ଯାଞ୍ଚ ଓ ମରାମତି କାମ କରିବା ପରେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।

Breaking News