Report Card Odisha

| Daily Odia News

ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ । ସେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨ ତାରିଖ ପୂର୍ବାହ୍‌ଣ ୧୧ଟା ୨୦ ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ। ବିମାନ ବନ୍ଦରରୁ ସେ ୧୧ଟା ୩୦ସୁଦ୍ଧା ରାଜଭବନରେ ପହଁଚିବେ। ସେଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ନ ୪ଟା ୪୫ସମୟରେ ରାଜପଥ ଜରିଆରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ୫ଠଟା ୨୦ରେ ପହଁଚିବେ।ଏହା ପରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ପଯ୍ୟନ୍ତ ସାରଳା ଭବନ ଠାରେ ଅନୁଷ୍ଠିତ ଆଦିକବି ଶାରଳା ଦାସଙ୍କ ୬ ଶହ ତମ ଜନ୍ମଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଉପ ରାଷ୍ଟ୍ରପତି । ସେଠାରୁ ସନ୍ଧ୍ୟା ୬ଟା ୩୦ ସମୟରେ ରାଜଭବନ ଫେରି ରାତ୍ରଯାପନ କରିବେ। ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏପ୍ରିଲ୍‌ ୩ତାରିଖ ଦିନ ୧୦ଟା ୧୦ ସମୟରେ ରାଜଭବନରୁ ବାହାରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

Breaking News