ରିପୋର୍ଟ କାର୍ଡ / ମୁମ୍ବାଇ
ବିଜେପି ସାଂସଦ ତଥା ବରିଷ୍ଠ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର ବ୍ଲଡ଼୍ କ୍ୟାନସର୍ରେ ପୀଡ଼ିତ ହୋଇଛନ୍ତି। ବର୍ତ୍ତମାନ ମୁମ୍ବଇରେ ସେ ଏହାର ଚିକିତ୍ସା କରାଉଛନ୍ତି। ଏନେଇ କିରଣ ଖେର୍ଙ୍କ ସ୍ୱାମୀ ଅନୁପମ ଖେର୍ ସୂଚନା ଦେଇଛନ୍ତି। ଏବେ ସେ ଚିକିତ୍ସିତ ହେଉଛନ୍ତି। ଖୁବ୍ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଅନୁପମକହିଛନ୍ତି ।କିରଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୋସିଆଲ୍ ମିଡିଆରେ ବୟାନ ଜାରି କରି ଅନୁପମ ଖେର୍ କହିଛନ୍ତି, ‘ଗୁଜବ ଖବର ଶୁଣି ଲୋକମାନେ ଯେଭଳି ଭାବରେ ବ୍ୟତିବ୍ୟସ୍ତ ନହୁଅନ୍ତି, ସେଥିପାଇଁ ମୁଁ ଓ ସିକନ୍ଦର(ଅନୁପଙ୍କ ପୁଅ) ସମସ୍ତଙ୍କୁ କହିବାକୁ ଚାହୁଁଛୁ ଯେ, କିରଣ ମଲ୍ଟିପଲ୍ myelomaରେ ପୀଡ଼ିତ ଥିବା ଜଣାପଡ଼ିଛି। ଯାହାକି ଏକ ପ୍ରକାର ବ୍ଲଡ୍ କ୍ୟାନସର୍। ଏବେ ସେ ଚିକିତ୍ସିତ ହେଉଛନ୍ତି। ଖୁବ୍ଶୀଘ୍ର ସେ ସୁସ୍ଥ ହୋଇଯିବେ।’

ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କିରଣଙ୍କ ରୋଗ ବିଷୟରେ ସୂଚନା ଦେଇଛନ୍ତି। ସୁଦଙ୍କ କହିବାନୁଯାୟୀ, ଗତ ବର୍ଷରୁ କିରଣ ନିଜ ଚିକିତ୍ସା କରାଉଛନ୍ତି ଏବଂ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କଠାରେ ବ୍ଲଡ଼୍ କ୍ୟାନ୍ସରର ଲକ୍ଷଣ ଦେଖାଦେଇଥିଲା। ଏହା ଧିରେ ଧିରେ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ଯାଏଁ ବ୍ୟାପିଯାଇଥିଲା । ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇକୁ ଅଣାଯାଇଥିଲା। ସେହିଦିନଠାରୁ ଲଗାତାର ଭାବେ ତାଙ୍କ ଚିକିତ୍ସା ଚାଲିଛି।






More Stories
ଆଶା ଭୋସ୍ଲେଙ୍କ ପରଲୋକ…..
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..