Report Card Odisha

| Daily Odia News

ଥାନା ଭିତରେ ନାଗିନ୍‌ ଡ୍ୟାନ୍ସ…..

ରିପୋର୍ଟ କାର୍ଡ / ଯାଜପୁର

ଥାନା ଭିତରେ ଚାଲିଛି ନାଗିନ୍‌ ଡ୍ୟାନ୍ସ | ଏକଥା ଆମେ କହୁନାହୁଁ ସୋସିଆଲ ମେଡିଆରେ ଭାଇରଲ ହେଉଛି | ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ରଙ୍ଗ ବୋଳି ହୋଇ ଏହି ଗୀତରେ ଥାନାଧିକାରୀଙ୍କଠାରୁ କନେଷ୍ଟବଳ, ମହିଳା ହୋମଗାର୍ଡ ସମସ୍ତେ ଡ୍ୟାନ୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନିଜେ ଆଇଆଇସି ମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ହୋଲି ବେଳର ହୋଇଥିବା ବେଳେ ଏବେ ଭାଇରାଲ ହେବା ପରେ ଥାନା ଭିତର କଥା ପଦାକୁ ଆସିଛି। ହୋଲି ଦିନ ପାଣିକୋଇଲି ମେଳଣରେ ଡ୍ୟୁଟି କରିସାରିବା ପରେ ବାବୁମାନେ ମେଳଣରୁ ଅବିର ରଙ୍ଗ ମାରି ହୋଇ ଥାନାକୁ ଆସିଥିଲେ । ଏହାପରେ ଥାନା ଭିତରେ ଆରମ୍ଭ ହୋଇଥିଲା ପୋଲିସ ବାବୁଙ୍କ ନାଗିନ ଡ୍ୟାନ୍ସ । ଆଧୁନିକ ଗୀତର ତାଳେତାଳେ ଅଣ୍ଟା ହଲାଇ ନାଚିଲେ ପୋଲିସ ବାବୁ । କିଏ ନାଗିନ ଡ୍ୟାନ୍ସ ପୋଜ୍‌ରେ ନାଚୁଥାଏ ତ କିଏ ମହିଳା କର୍ମୀଙ୍କ ସହ ତାଳ ଦେବାକୁ ପଛାଉ ନ ଥିଲେ। ଏନେଇ ଆଇଆଇସି କହିଛନ୍ତି, “ହୋଲି ଦିନ ଆମ ପିଲା ଟିକେ ଡେଇଁଲେ। ଆମର ଆଉ କ’ଣ ଗୋଡ଼ ଅଛି ନାଚିବୁ।”

Breaking News