Report Card Odisha

| Daily Odia News

ଡାକ୍ତରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ……

ରିପୋର୍ଟ କାର୍ଡ / ଝାରସୁଗୁଡ଼ା

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୌରଭ ସୁପ୍ରୀତ। ଅପରେସନ କରିବା ପାଇଁ ଦୁଇ ଜଣ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  | ଗତକାଲି ବେଲପାହାଡ଼ର ଦୁଇ ଜଣ ରୋଗୀ ଗୁରୁଦେବ ଗରଡ଼ିଆ ଓ ଜୟରାମ ଭଇଁସା ହାଇଡ୍ରୋସିଲ୍ ଅପରେସନ ହେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅସ୍ତ୍ରୋପଚାର କରିବା ପାଇଁ ଲାଞ୍ଚ ମାଗିଥିଲେ ଡାକ୍ତର ସୌରଭ ସୁପ୍ରୀତ। ନ ହେଲେ ଆସନ୍ତା ବୁଧବାର ଅପରେସନ କରାଯିବ ବୋଲି କହିଥିଲେ। ଗୁରୁଦେବ ଓ ଜୟରାମ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲ ପାଖରେ ଡାକ୍ତର ସୌରଭ ସୁପ୍ରୀତ ସେମାନଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ।

Breaking News