ରିପୋର୍ଟ କାର୍ଡ / ଗଞ୍ଜାମ
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଫସିଛନ୍ତି । ଜଣେ ଅଙ୍ଗନବାଡ଼ି ପାଚିକାଙ୍କ ଦରମା ବିଲ୍ କରାଇ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସନ୍ଧ୍ୟାରାଣୀ ଙ୍କୁ ଭିଜିଲାନ୍ସ ଗିରଫ କରିଛି। ବେଗୁନିଆପଡା ସିଡିପିଓଙ୍କ କାର୍ଯ୍ୟାଳୟ ଭିତରୁ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେହିପରି ଭିଜିଲାନ୍ସ ଟିମ୍ ସିଡିପିଓ କାର୍ଯ୍ୟାଳୟରେ କାଜଗପତ୍ର ଯାଞ୍ଚ କରିବା ସହ ସନ୍ଧ୍ୟାରାଣୀଙ୍କ ବାସଭବନରେ ଚଢାଉ କରିଛି।






More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..