ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ପଡିଛନ୍ତି ଦାରିଙ୍ଗବାଡି ବିଇଓ । ନ୍ୟାସନାଳ ପେନସନ୍ ସ୍କିମ୍ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଭିଜିଲାନ୍ସ ଉଠାଇ ନେଇଛି। ସେ ପାଖାପାଖି ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ରସାନନ୍ଦଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଶିକ୍ଷକଙ୍କ ଅଭିଯୋଗ ପରେ ବିଇଓଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..