ରିପୋର୍ଟ କାର୍ଡ / କେନ୍ଦୁଝର
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ। ଛୁଟି ଦରମା କରାଇଦେବା ପାଇଁ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ଅନୁସାରେ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭାଶିଷ ମହାପାତ୍ରଙ୍କର ଛୁଟି ଦରମା କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳେ ଡାକ୍ତର ଶୁଭାଶିଷଙ୍କ ନିକଟରୁ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ମାଡ଼ି ବସିଥିଲା।






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..