ରିପୋର୍ଟ କାର୍ଡ / ବ୍ରହ୍ମପୁର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲର ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଵାସଭବନ ସମେତ ୧୦ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ସୂଚନା ଅନୁଯାୟୀ, ବ୍ରହ୍ମପୁରର ସିଦ୍ଧାର୍ଥ ନଗରରେ ଥିବା ତାଙ୍କର ତିନି ମହଲା କୋଠା, ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା କୋଠା, ଶିବ ମନ୍ଦିର ପଛରେ ଥିବା ଫାର୍ମ ହାଉସ୍, ଏସବିଆଇ ନିକଟ ଲୋଚାପଡା ମୁଖ୍ୟ ରାସ୍ତାରେ ଥିବା ଘର ଓ ମା ଭୈରବୀ ଟ୍ରେଡର୍ସର ଅଫିସ୍, ଅମ୍ବାପୁଆ ଠାରେ ଥିବା ୨ ବିଏଚକେ ଫ୍ଲାଟ, ନିଜ ଗାଁ ବାଳକୃଷ୍ଣପୁରର ଘର, ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ ଥିବା ଚାମ୍ବର, ଗୋପାଳପୁର ଥାନା ହରିପୁରରେ ଥିବା ଦୁଇ ମହଲା କୋଠା ଓ ପୁରୀ ଜିଲ୍ଲା ପିପିଲିରେ ଥିବା ଗୋଟିଏ ଫ୍ଲାଟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି।






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..