Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭିଜିଲାନ୍ସ ଜାଲରେ ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ ବସନ୍ତ କୁମାର ଦାସ | ଆଜି ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ତାଙ୍କ ନାମରେ ୧ କୋଟି ୫ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଫଣ୍ଡରୁ ନିଜ ଆକାଉଣ୍ଟକୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ବସନ୍ତଙ୍କ ଭୁବନେଶ୍ୱର ମହତାବ ରୋଡରେ ଥିବା ଘର,ପୁରୀ ତୋଟା ମହାବୀରରୋଡସ୍ଥିତ ଘର, ପୁରୀ ଗୋରୁଆଳସ୍ଥିତ ଫାର୍ମ ହାଉସ, ଭଦ୍ରକ ନଇକଣଡିହିସ୍ଥିତ ପୈତୃକ ଘର, କଟକ ସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରାଯାଉଛି। ଏହି ଚଢାଉରେ ୫ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରି ସାମିଲ ରହିଛନ୍ତି।

Breaking News