ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି । ତେବେ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନରେ ରେଡ୍ ଚାଲିଛି । କଟକ ପୈତୃକ ଘର, ଜଳେଶ୍ୱର ଅଫିସ ସମେତ ୬ଟି ସ୍ଥାନରେ ରେଡ୍ ହୋଇଛି । ଭିଜିଲାନ୍ସର ୫ ଜଣିଆ ଟିମ୍ ଏହି ଚଢ଼ାଉ କରୁଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଭିଜିଲାନ୍ସ ଜାଲରେ ଫସିଥିଲେ ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସର କିରାଣୀ । ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବିକ୍ରମ ବେହେରାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଥିଲା ଭିଜିଲାନ୍ସ ।






More Stories
ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ….
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା…..
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..