ରିପୋର୍ଟ କାର୍ଡ / ନୂଆପଡା
ଭିଜିଲାନ୍ସ ଜାଲରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀ । ଆଜି ଶ୍ରୀ ସେଠୀ ଙ୍କ ଏକକାଳୀନ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଭିଜିଲାନ୍ସ ରେଡ୍ ହୋଇଛି । ନୂଆପଡା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନୂଆପଡା ସ୍ଥିତ ଅଫିସ, ନୂଆପଡାସ୍ଥିତ ଭଡା ଘର, କଟକ ମଧୁପାଟଣା ସ୍ଥିତ ବାସଭବନ,କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପ, ଚୌଦ୍ବାର ସ୍ଥିତ ୩ ଏକର ଜମି ରହିଛି । ତେବେ ଆଜିର ଏହି ଚଢାଉରେ ୬ଟି ଟିମ୍ରେ ୬ ଜଣ ଡିଏସ୍ପି, ୧୩ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ, ବିଭିନ୍ନ ସ୍ଥାନରେ ଘର ଓ ଜମି, ୪୯୮ ଗ୍ରାମ୍ ସୁନା , ୨.୫ କେଜି ରୁପା ଗହଣା ଜବତ ହୋଇଛି ।
More Stories
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..
ସାଲିଆ ସାହିରେ ପୁଣି ଚଢାଉ,ଦେଶୀ ମଦ ଜବତ…..