Report Card Odisha

| Daily Odia News

ବିଶାଳ ମେଗା ମାର୍ଟ ସିଲ୍‌….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଶାଳ ମେଗା ମାର୍ଟ ସିଲ୍‌ । ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ । ସୂଚନା ଅନୁସାରେ- ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି । ହେଲେ କିଛିଟା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସେଠାରେ କଟକଣା ଜାରି ରଖାଯାଇଛି । ଖାସ୍‌ କରି ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଆଦି ଜିଲ୍ଲାରେ ପୂର୍ବପରି କଟକଣା ଜାରି ରହିଛି । ତେବେ ଗୁରୁବାର ଦିନ ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ବିଏମ୍‌ସି । ସାଉଥଓ୍ୱେଷ୍ଟ ଜୋନ୍ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ସିଲ୍‌ କରାଯାଇଛି । ଅମାନିଆ ହୋଇ ସପିଂ ମଲ୍‌ ଖୋଲିଥିଲେ । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି ।

Breaking News