ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାରା ରାଜ୍ୟରେ ଆଜିଠାରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ କଟକଣା ଜାରିକରଯାଇଛି । ୩୦ଟି ଜିଲ୍ଲାକୁ ପୁର୍ବଭଳି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି | ଭଳି ୫ ପ୍ରତିଶତରୁ କମ୍ ପଜିଟିଭିଟି ରେଟ୍ ଥିବା ୨୦ ଟି ଜିଲ୍ଲାକୁ କ୍ୟାଟେଗୋରୀ ‘A’ରେ ରଖାଯାଇଛି। ବାକି ୧୦ ଜିଲ୍ଲାକୁ କ୍ୟାଟେଗୋରୀ ‘B’ରେ ରଖାଯାଇଛି । କାଟାଗୋରୀ-‘A’ରେ ଆସୁଥିବା ୨୦ ଜିଲ୍ଲାରେ ଏଣିକି ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର ଖୋଲିବ। ଦୈନିକ ଓ ସାପ୍ତାହିକ ହାଟ ବସିବାକୁ ବି ଅନୁମତି ମିଳିଛି। ଏହି ୨୦ ଜିଲ୍ଲା ମଧ୍ୟରେ ସିଟିଂ କାପାସିଟି ସହ ବସ୍ ସେବାକୁ ଅନୁମତି ଦିଆଯାଇଛି। ଡ୍ରାଇଭର୍ ବ୍ୟତୀତ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଟ୍ୟାକ୍ସି ଓ ଅଟୋ ଚଳାଚଳକୁ ଗ୍ରୀନ୍ ସିଗ୍ନାଲ୍ ମିଳିଛି। ଅନ୍ୟପକ୍ଷରେ ଏହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍କୁ ଉଠାଇ ଦିଆଯାଇଛି। ତେବେ ନାଇଟ୍ କର୍ଫ୍ୟୁ ଜାରି ରହିବ। ଇନ୍ଡୋର୍ ଓ ଆଉଟ୍ଡୋର୍ ଫିଲ୍ମ, ସିରିଏଲ୍ ସୁଟିଂକୁ ଅନୁମତି ଦିଆଯାଇଛି। ତେବେ ମଲ୍, ସ୍ପା, ଜିମ୍ ଓ ବିୟୁଟି ପାର୍ଲର ପୂର୍ବଭଳି ବନ୍ଦ ରହିବ।
କାଟାଗୋରୀ ‘B’ରେ ଆସୁଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ତେବେ ମଲ୍, ବିୟୁଟି ପାର୍ଲର, ସ୍ପା, ଜିମ୍, ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଏସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇ ନାହିଁ। ଆଉଟ୍ ଡୋର୍ ସୁଟିଂକୁ ଅନୁମତି ମିଳିଥିଲେ ବି ଇନ୍ଡୋର୍ ସୁଟିଂ ହୋଇପାରିବ ନାହିଁ। ଏ ସବୁ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟ୍ଡାଉନ୍ ଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଉଠା ଦୋକାନୀ ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୋକାନ ଖୋଲିପାରିବେ। କିନ୍ତୁ ଖାଦ୍ୟ ସାମଗ୍ରୀ କେବଳ ପାର୍ସଲ ଦେବେ। ସ୍କୁଲ୍, କଲେଜ୍, ଧାର୍ମିକ ଅନୁଷ୍ଠାନ, ମଲ୍, ସିନେମା ହଲ୍, ପାର୍କ ଏବେ ଖୋଲିବ ନାହିଁ। କୌଣସି ସାମାଜିକ,ସାଂସ୍କୃତିକ କି ଧାର୍ମିକ କାର୍ଯ୍ୟକ୍ରମ ବି ହୋଇପାରିବ ନାହିଁ। ସେହିପରି ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ। ବାହାଘର, ଶୁଦ୍ଧି କାର୍ଯ୍ୟରେ ଭୋଜି ପାଇଁ ଅନୁମତି ଦିଆଯାଇନାହିଁ। କର୍ତ୍ତା ଚାହିଁଲେ ଖାଦ୍ୟ ପାର୍ସଲ ଦେଇ ପାରିବେ।
More Stories
ଧର୍ମଶାଳା ଏବିଡିଓ ଗିରଫ…..
୧୧ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ….
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ !….