ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା ଦିଆଯାଇଛି । ଏହି ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ ମିଳୁଛି | ତାଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା ଯୋଗାଇଛି । ଓ୍ୱାଇ କ୍ୟାଟେଗୋରୀ ସୁରକ୍ଷାରେ ୮ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ଏଥିରେ ଯେଉଁ ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥାଏ, ତାଙ୍କ ଘରେ ମଧ୍ୟ ୫ ଜଣ ସଶସ୍ତ୍ର ଯବାନ ମୁତୟନ ହୋଇଥାନ୍ତି । ଏହାସହ ତିନୋଟି ସିଫ୍ଟରେ ତିନିଜଣ ପିଏସଓ ସୁରକ୍ଷା ପ୍ରଦାନ କରିଥାନ୍ତି । ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ’ ରିଲିଜ ପରେ ଦର୍ଶକ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି । ଏଥିରେ କାଶ୍ମୀର ପଣ୍ଡିତଙ୍କୁ ପ୍ରତାରଣା, ହତ୍ୟା ଆଦି ଘଟଣା ଦର୍ଶାଯାଇଛି । କିପରି କାଶ୍ମୀର ପଣ୍ଡିତମାନେ ଭୟରେ ଦେଶର ଅନ୍ୟ ସ୍ଥାନରେ ରହୁଛନ୍ତି ତାହା ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
୧୯ରେ ବିଜେଡି ସଭାପତି ନିର୍ବାଚ…..