ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍ ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼, ତେଲଙ୍ଗାନା, ମଧ୍ୟ ମହାରଷ୍ଟ୍ର, ମରାଠାଓ୍ବାଡା ଓ ଦକ୍ଷିଣ ଗୁଜରାଟ ଦେଇ ଉତ୍ତର-ପୂର୍ବ ଆରବ ସାଗର ପର୍ଯ୍ୟନ୍ତ ଲମ୍ବିଛି। ତେବେ ଆସନ୍ତା ୨୪ ତାରିଖ ଅର୍ଥାତ୍ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବିଶେଷକରି ଆଗାମୀ ୪ ଦିନ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି।






More Stories
ହୀରାକୁଦ ଖୋଲିଲା ଆଉ ୪ ଗେଟ୍…..
ରଥ ଦକ୍ଷିଣ ମୋଡ ପାଇଁ ଆଜ୍ଞାମାଳ ବିଜେ….
ପାଠ୍ୟପୁସ୍ତକ ତ୍ରୁଟି ଘଟଣା;ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪…..