ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ଉପରେ ଖରାପ ନଜର ରଖିଥିବା ଲୋକଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ ଏବଂ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ଓ ଆଗାମୀ ଦିନରେ ବି ଏହା କରାଯିବ। ଏଭଳି ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା | ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ବି ବୁଝାମଣା କରାଯିବ ନାହିଁ | ଦେଶର ସୁରକ୍ଷା ସହ କଂଗ୍ରେସ ଖେଳିଛି, ଯାହା ମୋଦୀ ସରକାରଙ୍କ ଅଧୀନରେ ଆଉ ସମ୍ଭବ ହେବ ନାହିଁ। ମୋଦୀ ସରକାର ଦେଶକୁ ସୁରକ୍ଷିତ ରଖିବା ଭଳି କାର୍ଯ୍ୟ କରିଛନ୍ତି ଏବଂ ଏହା ଜାରି ରଖିବେ ବୋଲି କହିଛନ୍ତି ଅମିତ ଶାହା । ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଡେରାଡୁନ ଜିଲ୍ଲାର ସାହାସପୁରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ, କେନ୍ଦ୍ରରେ ସୋନିଆ ଏବଂ ମନମୋହନଙ୍କ ସରକାର ନାହିଁ ବୋଲି ପାକିସ୍ତାନ ଭୁଲିଯାଇଥିଲା । ସେଥିପାଇଁ ପୁଲୱାମା ଏବଂ ଊରି ପରି ଆତଙ୍କବାଦୀ ଘଟଣା ଘଟିଥିଲା। କିନ୍ତୁ କେନ୍ଦ୍ରରେ ଥିବା ମୋଦୀ ସରକାର ନିଜର ସାହସୀ ସୈନିକଙ୍କ ବଳିଦାନର ପ୍ରତିଶୋଧ ନେବାକୁ ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ୍ କରି ଏହାର ଉତ୍ତର ଦେଇଛନ୍ତି। କଂଗ୍ରେସ ଉପରେ ଆକ୍ରମଣ କରି ଶାହା କହିଛନ୍ତି ଯେ ଉତ୍ତରପ୍ରଦେଶ କେବଳ କଂଗ୍ରେସ ପାଇଁ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ବିଜେପି ପାଇଁ ଉତ୍ତରପ୍ରଦେଶ ହେଉଛି ଦେବଭୂମି ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..