Report Card Odisha

| Daily Odia News

ଲଘୁଚାପ ଓଡ଼ିଶା ଅତିକ୍ରମ କରି ଏବେ ଛତିଶଗଡ଼ ଉପରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶନିବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ଏବେ ଛତିଶଗଡ଼ ଉପରେ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ପରିମାଣ କମିଛି । ତେବେ ଆଜି କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି । ଲଘୁଚାପଟି ରବିବାର ଅପରାହ୍ଣ ସାଢେ ୫ଟା ସମୟରେ ସ୍ଥଳଭାଗରେ ପ୍ରବେଶ କରିଥିଲା । ସୋମବାର ସକାଳ ସାଢେ ୮ଟା ସମୟରେ ଏହା ଦକ୍ଷିଣ ଛତିଶଗଡ଼ ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ରହିଥିଲା । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ବର୍ଷା ହେବ । କିନ୍ତୁ ଏହା ଓଡ଼ିଶା ଅତିକ୍ରମ କରିଯାଇଥିବାରୁ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଅନୁସରେ- ଗତ ୨୪ ଘଣ୍ଟାରେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ରେକର୍ଡ କରାଯାଇଛି ।

Breaking News