ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡି ପଡିବା ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କିଛି ସ୍ଥାନରେ ହାଲୁକା କୁହୁଡ଼ି ମଧ୍ୟ ଅନୁଭୂତ ହୋଇଛି । ଏହାସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି । ପଟିଆ, ଚନ୍ଦ୍ରଶେଖରପୁର, ରସୁଲଗଡ଼, ମଞ୍ଚେଶ୍ୱର ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ସେହିପରି କଟକରେ ମଧ୍ୟ ଘନ କୁହୁଡ଼ି ହୋଇଛି ।






More Stories
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ…..
ରାହୁଲଙ୍କ ସମେତ ୨୫ କଂଗ୍ରେସ ଏମ୍ପିଙ୍କୁ ଗୁଳି କରିବାକୁ ଧମକ……
୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କୁ ପ୍ରସ୍ତାବ…..