Report Card Odisha

| Daily Odia News

ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟର ମାନେ ନିଜର ମତଦାନ ଶାବ୍ୟସ୍ତ କରୁଥିବା ବେଳେ, ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ । ୧୧ ଜିଲ୍ଲାର ୫୮ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଭୋଟର । ବିଶେଷ କରି ଗାଜିଆବାଦ, ଆଗ୍ରା ଭଳି ଅଞ୍ଚଳରେ ମତଦାନ ଚାଲିଛି । ପଶ୍ଚିମ ୟୁପିର ଜାଠ୍ ବହୁଳ ଅଞ୍ଚଳରେ ମତଦାନ ହେଉଥିବାରୁ ଜାଠଙ୍କ ଭୋଟ୍ ଏହି ପର୍ଯ୍ୟାୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ। କୋଭିଡ୍‍ କଟକଣା ଅନୁଯାୟୀ ସମସ୍ତ ସ୍ଥାନରେ ଭୋଟ ଗ୍ରହଣ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍‍ ମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୨୭ ଲକ୍ଷ ଜନତା । ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ସମୁଦାୟ ୧୦,୮୫୩ ମତଦାନ କେନ୍ଦ୍ର ଏବଂ ୨୬,୦୨୭ ବୁଥ୍ ସ୍ଥାପନ କରାଯାଇଛି। ତେବେ ୟୁପିରେ ମୋଟ୍‍ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ବୋଲି କୁହାଯାଇଛି ।

 

Breaking News