Report Card Odisha

| Daily Odia News

୧୮ ରୁ ପ୍ରବଳ ବର୍ଷୀବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୮ ତାରିଖରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ଓ ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବତଲକରେ ସର୍ବାଧିକ ୧୦ ସେମି ବର୍ଷା ହୋଇଥିବା ବେଳେ କନ୍ଧମାଳର ଜି ଉଦୟଗିରିରେ ୭, ସୁନ୍ଦରଗଡ଼ର ରାଜଗାଙ୍ଗପୁର ଓ କନ୍ଧମାଳର ଟିକାବାଲିରେ ୫ ସେମି ଲେଖାଏଁ ବର୍ଷା ହୋଇଛି। ନ ହେଲେ ବାକି ସ୍ଥାନଗୁଡ଼ିକରେ ୫ ସେମିରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ସ୍ବାଭାବିକ ଭାବେ ଯେତିକି ବର୍ଷା ହେବା କଥା ତା’ଠାରୁ ୨୦% କମ୍‌ ହୋଇଛି। ୧୭ ତାରିଖ ପରେ ବର୍ଷା ପରିମାଣ ସାମାନ୍ୟ ବଢ଼ିବ ବୋଲି ସେ କହିଛନ୍ତି।

Breaking News