ରିପୋର୍ଟକାର୍ଡ / ଭୁବନେଶ୍ୱର
ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। କାଳବୈଶାଖୀ ଅନେକ ଜିଲାରେ ତାଣ୍ଡବ ରଚିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି ଏବଂ ଗଞ୍ଜାମର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସହ ୫୦-୬୦ କିଲୋମିଟର ବେଗରେ ପବନ ବହିବ। ଏଥିସହିତ କୁଆପଥର ମାଡ଼ ଏବଂ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ରାୟଗଡ଼ା, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ଼ ଓ ଢେଙ୍କାନାଳରେ ଘଡ଼ଘଡ଼ି ବର୍ଷା ସହ ପବନ ବହିବ। କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ଘଡ଼ଘଡ଼ି ବର୍ଷା ସହ ଧୂଳି ଝଡ଼ ହେବାର ସମ୍ଭାବନା ରହିଛି। ରାଜ୍ୟାରେ ୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପବନର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….