ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀଙ୍କ ସୂଚନା ମୁତାବକ ଏକ ଟ୍ରଫ୍ ଦକ୍ଷିଣ ପାକିସ୍ତାନରୁ ରାଜସ୍ଥାନର କେନ୍ଦ୍ରୀୟ ଅଂଶ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଦେଇ ବାଂଲାଦେଶର କେନ୍ଦ୍ରୀୟ ଅଂଶ ପର୍ଯ୍ୟନ୍ତ ବ୍ୟାପିଛି, ଦକ୍ଷିଣ ଉତ୍ତର ପ୍ରଦେଶ ଏବଂ ପଡ଼ୋଶୀ, ଝାଡ଼ଖଣ୍ଡ, ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗର କେନ୍ଦ୍ରୀୟ ଅଂଶ ଉପରେ ନିମ୍ନ ଚାପ କ୍ଷେତ୍ର ସହିତ ଘୂର୍ଣ୍ଣିବଳୟ ପରିସର ଉଚ୍ଚତା ସହିତ ଦକ୍ଷିଣ ଆଡକୁ ଢଳିଛି। ୨୫ ଜୁନ୍ ପାଖାପାଖି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେଇପାରେ | ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି ଆଉ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି | ୨୫ ଜୁନରୁ ୨୬ ଜୁନ ମଧ୍ୟରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ ଜୁନରୁ ୨୭ମଧ୍ୟରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି |






More Stories
ଆସିଲା ବିୟୁଟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ…..
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..