Report Card Odisha

| Daily Odia News

ପଶ୍ଚିମବଙ୍ଗରେ କରୋନା ଭୟ,ବାକିଥିବା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ପାଇଁ ଦିଦିଙ୍କ ନିବେଦନ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା | ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ବାକିଥିବା ବିଧାନସଭା ଆସନ ଗୁଡିକରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ଗୁରୁବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି କି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ସଂଖ୍ୟାକୁ ଧ୍ୟାନରେ ରଖି ନିର୍ବାଚନକୁ ଇସି ଥରକରେ ଶେଷ କରନ୍ତୁ ବୋଲି ମମତା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ମମତା କହିଛନ୍ତି ଯେ ଗୋଟିଏ ପର୍ଯ୍ୟାୟରେ ବାକି ପର୍ଯ୍ୟାୟ ଭୋଟ ଗ୍ରହଣ କରାଗଲେ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ। ତେବେ ମମତା ବାନାର୍ଜୀଙ୍କ ଟ୍ୱିଟ୍‌ ପୂର୍ବରୁ ତୃଣମୂଳ ସାଂସଦ ମହୂଆ ମଇତ୍ର ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ସେ କରୋନାର ବଢୁଥିବା ସଂକ୍ରମଣରେ ବିଧାନସଭା ନିର୍ବାଚନକୁ ୮ଟି ପର୍ଯ୍ୟାୟରେ କରିବା ଲାଗି ଇସିଙ୍କ ନିଷ୍ପତ୍ତିକୁ ‘ଅପରାଧିକ ଅବହେଳା’ ବୋଲି ଉଲ୍ଲେଖ କରିଥିଲେ। କହିଥିଲେ, ମହାମାରୀ ପ୍ରକୋପ ମଧ୍ୟରେ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତି ନେଇଥିଲେ ଯାହାକୁ ଟିଏମ୍‌ସି ଆରମ୍ଭରୁ ବିରୋଧ କରିଥିଲା। କୋଭିଡ ସଂକ୍ରମଣ ବଢୁଥିବାରୁ ନିର୍ବାଚନ ଅଧିକାରୀଙ୍କୁ ମୋର ଅନୁରୋଧ, ଆଗକୁ ହେବାକୁ ଥିବା ସମସ୍ତ ପର୍ଯ୍ୟାୟ ନର୍ବାଚନ ଏକ ସାଙ୍ଗରେ କରାଯାଉ। ’ଏହାଦ୍ୱାରା ଲୋକଙ୍କ ମଧ୍ୟର କୋଭିଡ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମମତା କହିଥିଲେ। ଉଲ୍ଲେଖ ଯୋଗ୍ୟକି ୨୨, ୨୬ ଏବଂ ୨୯ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଗୁରୁବାର ସକାଳୁ ମିଡିଆରେ ହିସାବ କିତାବ ଚାଲିଥିଲା । ତେବେ ପଶ୍ଚିମବଂଗରେ ବଳକା ଆସନଗୁଡିକରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଏକାଠି କରିବାକୁ ସେପରି କୌଣସି ପ୍ରସ୍ତାବ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଦିଲ୍ଲରେ ନିର୍ବାଚନ ଅୟୋଗର ଜଣେ ପ୍ରବକ୍ତା କହିଛନ୍ତି, ଆଗାମୀ ୪ଟି ପର୍ଯ୍ୟାୟ ନିର୍ବାଚନକୁ ଏକା ସାଙ୍ଗରେ କରିବାର କୌଣସି ଯୋଜନା ନାହିଁ। ଆଜି ପଶ୍ଚିମବଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଡକାଯାଇଛି ।

 

Breaking News