ରିପୋର୍ଟ କାର୍ଡ / କୋଲକାତା
ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ କମ୍ପୁଛି। ଶାସକ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ଚାଲିଛି ବାକ ଯୁଦ୍ଧ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତାର ବିଜେପିକୁ ଟାର୍ଗେଟ କରୁଥିବା ବେଳେ ମୋଦୀ-ଶାହାଙ୍କ ନିଶାନାରେ ମମତା ଦିଦି। ପୁଣି ଥରେ ମମତା ବାନାର୍ଜୀ ପୂର୍ବ ମେଦିନପୁରରେ ଏକ ରାଲିକୁ ସମ୍ବୋଧନ କରୁଥିବା ବେଳେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ଏହା ସହ ନରେନ୍ଦ୍ର ମୋଦୀଙ୍କ ମୁହଁ ଦେଖିବାକୁ ଚାହୁଁନାହିଁ ବୋଲି କହିଛନ୍ତି ମମତା। ଉପସ୍ଥିତି ଜନତାଙ୍କୁ ଅପିଲ କରି ଦିଦି କହିଛନ୍ତି ଭୋଟ ନଦେଇ ବିଜେପିକୁ ବିଦା କରିଦିଅ। ଆମେ ବିଜେପିକୁ ଚାହୁଁନାହୁଁ। ଆମେ ଦଙ୍ଗା, ଲୁଟେରା, ଦୁର୍ଯ୍ୟଧନ , ଦୁଃଶାସନ ଚାହୁଁନାହୁଁ।’ ଟିଏମସିକ ସହ ଅସହଯୋଗ କରିଥିବା ନେତାଙ୍କୁ ବିଜେପି ଟିକେଟ ଦେଇଛି। ଦଳର ପୂରୁଣା ନେତା ଘରେ ବସି କାନ୍ଦୁଛନ୍ତି ବୋଲି ସେ କହିଛନ୍ତି। ଗୋଡ଼ରେ ଲାଗିଥିବା ଆଘାତ ପାଇଁ ଆକ୍ରମଣ ଅଭିଯୋଗ ଆଣି ମମତା କହିଛନ୍ତି, ‘ପ୍ରଥମେ ମୋ ବିରୋଧୀମାନେ ମୋ ମୁଣ୍ଡରେ ଆଘତ କରିଥିଲେ ଏବଂ ଏବେ ମୋ ଗୋଡ଼ ଭାଙ୍ଗିଦେଲେ। କିନ୍ତୁ ମୁଁ ଜଣେ ଯୋଦ୍ଧା।’






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……