Report Card Odisha

| Daily Odia News

ବିଜେପି ସରକାର କଲେ ସମସ୍ତ ଚାଷୀ ତାଙ୍କ ବକେୟା ଅର୍ଥ ପାଇବେ :ଅମିତ ଶାହା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାରରେ ପ୍ରକମ୍ପିତ ହେଉଛି ପଶ୍ଚିମବଙ୍ଗ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ବିଜେପିର ପ୍ରଚାର | ବିଜେପିର ହେଭିଓ୍ବେଟ୍‌ କାମ୍ପେନ କରୁଥିବା ବେଳେ ଟିଏମସି ପାଇଁ ଚିନ୍ତା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାର୍ଯ୍ୟନ୍ତ ବହୁ ବରିଷ୍ଠ ବିଜେପି ନେତା ଘନଘନ ପଶ୍ଚିମବଙ୍ଗ ପଶ୍ଚିମବଙ୍ଗ ଗସ୍ତକରି ବଙ୍ଗକୁ ଅକ୍ତିଆରକୁ ଆଣିବାପାଇଁ ପ୍ରୟାସ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଥିବା ବେଳେ ଟିଏମସିକୁ ପଶ୍ଚିମବଙ୍ଗରେ ମୂଳପୋଛ ପାଇଁ ଲାଗିପଡିଛନ୍ତି । ପଶ୍ଚିମବଙ୍ଗର ତାମଲୁକରେ ଆୟୋଜିତ ରାଲିରେ ଅମିତ ଶାହା ଟିଏମସିକୁ ଟାର୍ଗେଟ କରି କହିଛନ୍ତି, ଦୁର୍ଗା ପୂଜା ଏବଂ ସରସ୍ବତୀ ପୂଜା ପାଳନ କରିବାକୁ କେହି ମନା କରିପାରିବେ ନାହିଁ। ବିଜେପି ସରକାର କରିଲେ, କୌଣସି ବ୍ୟକ୍ତିଙ୍କୁ ପୂଜା ପାଳନ ପାଇଁ କୋର୍ଟ ଯିବାକୁ ପଡ଼ିବ ନାହିଁ ବୋଲି ସେ ଆଶ୍ବସ୍ତ କରିଛନ୍ତି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଦୁର୍ଗା ଏବଂ ସରସ୍ବତୀଙ୍କ ରାଲି ବୋଲି କହିବା ସେ ଶାହା କହିଛନ୍ତି, ବିଜେପି ସରକାର କଲେ, କେଜିରୁ ପିଜି ସମସ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦିଆଯିବ। ଏହା ସହ ପ୍ରତ୍ୟେକ ମହିଳାଙ୍କ ପାଇଁ ମାଗଣା ଯାତ୍ରାର ସୁବିଧା ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି। ଏହା ସହ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପରେ ଖୁବ ବର୍ଷିଛନ୍ତି। ବେଙ୍ଗଲରେ ବାଲିଠୁ ସିମେଣ୍ଟ ସବୁ କିଛି ସିଣ୍ଡିକେଟଠୁ କିଣିବାକୁ ପଡ଼ୁଛି । ଯଦି କେହି କମ୍‌ ଦାମରେ ମିଳୁଥିବା ସ୍ଥାନରୁ କିଣୁଛନ୍ତି। ସେମାନେ ମନା କରୁଛନ୍ତି। କାରଣ ସେମାନେ ପୁତୁରାକୁ କମିଶନ​‌ ଦେଉନାହାନ୍ତି ବୋଲି ଶାହା କହିଛନ୍ତି। ଏହି ସମୟରେ ଉପସ୍ଥିତ ଜନତାଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କରେ ଶାହା କହିଛନ୍ତି। ଏହି ଯୋଜନାରେ ଦେଶର ସବୁ ଚାଷୀ ଲାଭ ପାଉଥିବା ବେଳେ ପଶ୍ଚିମବଙ୍ଗ କୃଷକ ବାଦ ପଡ଼ୁଛନ୍ତି। ଦେଶବ୍ୟାପୀ କୃଷକ ନିଜ ବ୍ୟାଙ୍କ ଖାତାରେ ୧୮ ହଜାର ଟଙ୍କା ପାଉଥିବା ବେଳେ ବେଙ୍ଗଲ ଚାଷୀ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି। ବ୍ୟସ୍ତ ହେବାର କିଛି ନାହିଁ, ବିଜେପି ସରକାର କଲେ  ସମସ୍ତ ଚାଷୀ ତାଙ୍କ ବକେୟା ଅର୍ଥ ପାଇବେ  ଶାହା କରିଛନ୍ତି।

Breaking News