ରିପୋର୍ଟ କାର୍ଡ / କୋଲକାତା
ଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ସରକାର ଗଠନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ୫ ତାରିଖରେ ଶପଥ ଗ୍ରହଣ କରିବେ ମମତା। ଏନେଇ ସୋମବାର ଟିଏମସିର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ସୂଚନା ଦେଇଛନ୍ତି। ରବିବାର ହୋଇଥିବା ଭୋଟଗଣତିରେ ଟିଏମସି ୨୦୦ ରୁ ଅଧିକ ଆସନରେ ଜିତି ରାଜ୍ୟରେ ପୁଣିଥରେ କ୍ଷମତାକୁ ଫେରିଛନ୍ତି। ସେଭଳି ନିର୍ବାଚନ ପୂର୍ବରୁ ୨୦୦ ରୁ ଅଧିକ ଆସନ ଜିତିବାର ଦାବି କରୁଥିବା ବିଜେପିକୁ ମାତ୍ର ୭୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।ଆଜି ଅନୁଷ୍ଠିତ ଟିଏମସି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଛି। ମମତା ବାନାର୍ଜୀ ୫ ମଇରେ ଶପଥ ଗ୍ରହଣ କରିବେ, କିନ୍ତୁ ଅନ୍ୟ କ୍ୟାବିନେଟ ସଦସ୍ୟମାନେ ୬ ମଇରେ ଶପଥ ନେଇପାରନ୍ତି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….